ହତ୍ୟା ଅଭିଯୋଗରେ ବାପ ପୁଅ ଗିରଫ

You are currently viewing ହତ୍ୟା ଅଭିଯୋଗରେ ବାପ ପୁଅ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ କରମଙ୍ଗା ସାହିର ୨ ଜଣଙ୍କୁ ପୁଲିସ ହତ୍ୟା ଅଭିଯୋଗରେ ଗିରଫ କରିଛି। ସୂଚନା ଯେ, ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଗାଁର ମନୋରଞ୍ଜନ ଦୋରା(୨୫) ଓ ଶୁଭାଶିଷ ମହାପାତ୍ର(୩୨)ଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଏହି ଘଟଣାରେ ଉତ୍କ୍ଷିପ୍ତ ହୋଇ ମନୋରଞ୍ଜନଙ୍କ ବାପା ଶୁଭାଶିଷଙ୍କୁ ଧରପକାଇଥିବା ବେଳେ ଏକ ଶାବଳରେ ମନୋରଞ୍ଜନଙ୍କ ମୁଣ୍ଡରେ ଆଘାତ କରିଥିଲେ। ଫଳରେ ଶୁଭାଶିଷ ଘଟରାସ୍ଥଳରେ ଟଳିପଡ଼ିଥିଲେ। ଘଟଣା ଘଟାଇ ମନୋରଞ୍ଜନ ଫେରାର ହୋଇଯାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭାଶିଷଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡ଼ାକ୍ତିର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଅନ୍ୟପକ୍ଷରେ ପୁଲିସ ଶନିବାର ମନୋରଞ୍ଜନ ଓ ତାଙ୍କ ବାପା ସୁବାଷଙ୍କୁ ଗିରଫକରି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଶବଳକୁ ଜବତକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply