ଅନୁଗୁଳ: ନାଲକୋନଗର ଥାନା ଅନ୍ତର୍ଗତ କୁରୁଡ଼ୋଲ ଗାଁରେ ସୋମବାର ସକାଳେ କୂଅରୁ ପାଣି ନେବାକୁ ନେଇ ଗଣ୍ଡଗୋଳ ହୋଇଛି । ସୂଚନା ମୁତାବକ, ଗାଁର ବନମାଳି ନାଏକଙ୍କ କୂଅରୁ ଛବି ନାଏକଙ୍କ ଝିଅ ପାଣିନେବାକୁ ଯାଇଥିଲେ । ସେଠାରେ କୂଅ ଉପରେ ଗୋଡ଼ ଧୋଇହେବାରୁ ବନମାଳି ତାଙ୍କୁ ବରଣ କରିଥିଲେ । ଏହା ଦେଖି ଛବି ଓ ତାଙ୍କ ପୁଅ ବିଶିକେସନ ବନମାଳିଙ୍କୁ ପାଟିଗୋଳକରି ବାଡ଼େଇଥିଲେ । ବନମାଳିଙ୍କୁ ଉଦ୍ଧାର କରିବାକୁ ଆସିଥିବା ତାଙ୍କ ପୁତୁରା ଏମାନଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିଲେ । ଏ ନେଇ ବନମାଳି ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଥନାରେ ମାମଲା ରୁଜୁକରି ଛବି ଓ ବିଶିକେସନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।
କୂଅରୁ ପାଣି ନେବାରେ ଗଣ୍ଡଗୋଳ, ବାପ ପୁଅ ଗିରଫ
- Post published:February 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
