ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗିରହିଛି। କୋହଲା ପବନ ସାଙ୍ଗକୁ ଅସରାଅସରା ବର୍ଷରେ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଛି। ସହରାଞ୍ଚଳରେ ଥିବା ଖାଲୁଆ ଅଞ୍ଚଳରେ ପାଣି ଜମିରହିଛି। ଅନେକ ବସ୍ତି ଅଞ୍ଚଳରେ ଘରେ ପାଣି ପଶିଥିବା ନଜରକୁ ଆସିଛି। ଜିଲ୍ଲା ମେଟ୍ରୋଲୋଜି ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ୩୦ରୁ ଅପରାହ୍ନ ୩ଟା ୩୦ ମଧ୍ୟରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି।
ଅନୁଗୁଳରେ ପ୍ରବଳ ବର୍ଷା, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ
![You are currently viewing ଅନୁଗୁଳରେ ପ୍ରବଳ ବର୍ଷା, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ](https://angultv.com/wp-content/uploads/2021/09/IMG-20210913-WA0048-01.jpeg)