ଅନୁଗୁଳ (Jugal Kishore Sahoo): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହୀତାଧିକାରୀଙ୍କୁ ସାମିଲ୍ କରାଯାଇଥିବା ବେଳେ ଯୋଗ୍ୟ ତଥା ଅସହାୟ ପରିବାରକୁ ବାଦ୍ ଦେବା ନେଇ ବୁଧବାର କଣିହାଁ ବ୍ଲକ୍ ପ୍ରଶାସନ ପାଖରେ କମରେଇ ପଞ୍ଚାୟତ ବାସୀ ଫେରାଦ୍ ହୋଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଭୂଲ ତଥ୍ୟ ପ୍ରଦାନ କରିବା, ଅଯୋଗ୍ୟକୁ ତାଲିକା ଭୁକ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଦିଗହରା କରିବା, ତାଲିକା ତିଆରି କରିବା ବେଳେ ଓ୍ବାଡ଼ ସଭ୍ୟ/ସଭ୍ୟା, ସରପଞ୍ଚ ସମେତଙ୍କୁ ଅନ୍ଧାରରେ ରଖି ତାଲିକା ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ବିରୋଧରେ ଅବିଳମ୍ବେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ଏବଂ ଯୋଗ୍ୟ ହୀତାଧିକାରୀଙ୍କୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ୧୦ଦିନ ମଧ୍ୟରେ ପଦକ୍ଷେପ ନନିଆଯାଏ ତାହା ହେଲେ କଣିହାଁ ବ୍ଲକ୍ ଅଫିସ ସମ୍ମୁଖରେ ଧାରଣା ଦେବାକୁ ପଂଚାୟତବାସୀ ଚେତାବନୀ ଦେଇଛନ୍ତି । ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କ ନେତୃତ୍ବରେ ବୁଧବାର ବିଡ଼ିଓଙ୍କ ଅନୁପସ୍ଥିତରେ ଅତିରିକ୍ତ ବିଡିଓ ବିଜୟ କୁମାର ମେହେରଙ୍କୁ ଏହି ଦାଵୀପତ୍ର ପ୍ରଦାନ କରିଥିଲେ କମରେଇ ଅଧିବାସୀ । ୱାଡ଼ସଭ୍ୟ ମହୁର ନାଏକ, ୱାଡ଼ ସଭ୍ୟା ଉଜ୍ଜଳନ୍ତି ବେହେରା ଓ ଏସ୍.ବେହେରା ସମେତ ଗୁନ ସେଠି, ଅଲ୍ଲୀ ନାଏକ, ଗାତାଞ୍ଜଳି ବେହେରା, କାଂଚନ ବେହେରା, ଅଞ୍ଜଳି ନାଏକ, ବୃନ୍ଦାବନ ବେହେରା, ହରିହର ବେହେରା, ଟିଟି ଗୋଛାୟତ, ପ୍ରତିମା ଗୋଚ୍ଛାୟତ, ପ୍ରମିଳା ଗୋଛାୟତ, ନରୋତ୍ତମ ନାଏକ, ସରତ ଚନ୍ଦ୍ର ଭୂତିଆ , ଖୁଜାରୀ ଦେହୁରୀ ପ୍ରମୁଖ ଏଥିରେ ସାମିଲ ଥିଲେ ।
ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ମିଳିଛି ଘର
- Post published:September 1, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
