ଆହୁରି ୩ ଦିନ ତାତି: ୩-୪ ଡିଗ୍ରୀ ବଢ଼ିପାରେ ପାରଦ

0

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ତାତି। ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ଲହରୀ। ଆଗାମୀ ତିନି ଦିନ ଆହୁରି ତାତିବ ଓଡ଼ିଶା। ବଢ଼ିବ ପାରଦ। ଅଧିକାଂଶ ସ୍ଥାନରେ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି।

ମାର୍ତ୍ତାବନ ଉପସାଗର ଓ ତତ୍-ସଂଲଗ୍ନ ମିଆଁମାର ଅଞ୍ଚଳରେ ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।

ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିବ। ୨୩ ତାରିଖ ଯାଏ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିପାରେ। ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

Leave A Reply

Your email address will not be published.

error: Content is protected !!