ମସଲମାନିଆ ୨୦୨୧ ରେ ଚମକିଲେ ବିଦୁର

You are currently viewing ମସଲମାନିଆ ୨୦୨୧ ରେ ଚମକିଲେ ବିଦୁର

ଅନୁଗୁଳ: ଦିଲ୍ଲୀର ଏନସିଇଉଆଇ ଅଡିଟରିଅମରେ ଗତ ଡିସେମ୍ବର ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ମସଲ ମାନିଆ ୨୦୨୧ ବଡି ବିଲଡିଂ ଚାମ୍ପିୟାନସିପରେ ଅନୁଗୁଳର ବିଦୁର ମହାପାତ୍ର ଯୋଗଦେଇ ଓପନ ସର୍ଟ ବରିଷ୍ଠ ବିଭାଗରେ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ତିନି ଶହରୁ ଉର୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିସହିତ ଗତ ୧୦ ବର୍ଷ ଧରି ସେ ଦେଖିଆସୁଥିବା ସ୍ବପ୍ନ ପୂରଣ ହୋଇଛି।

ବିଦୁରଙ୍କ ବାପା ଜଣେ ଅବସରପ୍ରାପ୍ତ ନାଲକୋ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲାର ମୂଳ ବାସିନ୍ଦା। ନିଜ ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଏବଂ ଜିମରେ ଉପଯୁକ୍ତ ଅଭ୍ୟାସ ହେତୁ ସେ ଏଭଳି ସଫଳତା ପାଇଥିବା କଥା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥି ସହିତ ବିଦୁର ଆସନ୍ତା ବର୍ଷ ଡିସେମ୍ବରରେ ସିଙ୍ଗାପୁର ରେ ହେବାକୁ ଥିବା ଏସୀୟ ବଡି ବିଲଡିଂ ଚାମ୍ପିୟାନସିପରେ ଭାରତ ପକ୍ଷରୁ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଦୁରଙ୍କ କୋଚ ସୌରଭ ଦାସ,ଅବଦୁଲ ତଫିକଙ୍କ ସମେତ ପରିବାର ପକ୍ଷରୁ ବଳରାମ ମହାପାତ୍ର, ଲିଜା କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply