ଜାତୀୟ ରକ୍ତଦାନ ଦିବସ ପାଳିତ

You are currently viewing ଜାତୀୟ ରକ୍ତଦାନ ଦିବସ ପାଳିତ

ଅନୁଗୁଳ: ଓଡିଶା ରକ୍ତ କେନ୍ଦ୍ର ଅନୁଗୁଳ ଶାଖାରେ ଜାତୀୟ ରକ୍ତଦାନ ଦିବସ
ପାଳିତ ହୋଇଯାଇଛି। ସିଡ଼ିଏମ୍ଓ ଡ଼ା: ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ରାଜ୍ୟ ଓମସା ସାଧାରଣ ସମ୍ପାଦକ ଡ଼ା ବିଶ୍ୱଜିତ ସାମଲଙ୍କ ସମେତ ଅନେକ ରକ୍ତଦାତା ରକ୍ତଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୦-୨୧ ମସିହାରେ ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ୧୨୩୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିଭଳି ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୮୫୬୫ ୟୁନିଟ ରକ୍ତ ସଂଗୃହିତ ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ବେଚ୍ଛାସେବୀ ସଂଗଠନର ପ୍ରୟାସକ୍ରମେ ଅନୁଗୁଳ ଜିଲ୍ଳାରେ ରକ୍ତଦାନ ସଂଗ୍ରହ ବେଶ ସନ୍ତୋଷ ଜନକ ରହିଛି। ରକ୍ତ ସଂଗ୍ରହ ର ସିଂହ ଭାଗ ରକ୍ତହୀନ ଗର୍ଭବତୀ ମହିଳା ଏବଂ ସିକିଲ ସେଲ,ଥଲାସେମିଆ ରୋଗୀଙ୍କ ପାଇଁ ଖର୍ଚ ହେଉଛି ।

Share

Leave a Reply