ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ନିପୁଣ ମେଳା ୨୦୨୫ ଅନୁଷ୍ଠିତ ହୋଇଛି। ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅନୁଗୁଳର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହାନ୍ତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ବାରିକ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନ, ଜିଲ୍ଲା ବିଜ୍ଞାନ ପର୍ଯ୍ଯବେକ୍ଷକ ଅମବୁଜ କୁମାର ଗଡନାୟକ, ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବ୍ଲକସ୍ତରରେ ନିପୁଣ ମେଳାରେ ସଫଳତା ହାସଲ କରିଥିବା ବଛା ବଛା ୬୦ ଟି ବିଦ୍ୟାଳୟର ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କରାଯାଇଥିଲା। ମୌଳିକ ସାକ୍ଷରତା କ୍ଷେତ୍ରରେ ବଅଁରପାଳ ବ୍ଲକ ପ୍ରଥମ, କିଶୋନଗର ବ୍ଲକ ଦ୍ଵିତୀୟ ଏବଂ ଅନୁଗୁଳ ବ୍ଲକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ମୌଳିକ ସଂଖ୍ୟାଜ୍ଞାନ ପ୍ରତିଯୋଗିତାରେ ତାଳଚେର ବ୍ଲକ ପ୍ରଥମ, କଣିହା ବ୍ଲକ ଦ୍ଵିତୀୟ ଏବଂ ପାଳଲହଡ଼ା ବ୍ଲକ ତୃତୀୟ ସ୍ଥାନ ଅଧିକାର କରିଥିଲା।
ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅଂବୁଜ କୁମାର ଗଡନାୟକ ଓ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।