ନାଲକୋ ଘରୋଇକରଣକୁ ହିନ୍ଦ୍ ମଜଦୂର ସଭାର ବିରୋଧ

You are currently viewing ନାଲକୋ ଘରୋଇକରଣକୁ ହିନ୍ଦ୍ ମଜଦୂର ସଭାର ବିରୋଧ

ଅନୁଗୁଳ: ନବରତ୍ନର ମାନ୍ୟତା ପାଇଥିବା ନାଲକୋ ଭଳି ଲାଭଦାୟକ ପବ୍ଲିକ ସେକ୍ଟର ୟୁନିଟକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର ବିରୋଧ କରିଛି। ୧୯୮୧ ମସିହାରେ ପ୍ରତିଷ୍ଠିତ ନାଲକୋ ବିଭିନ୍ନ ଲାଭାଂଶ ବାବଦକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୪୬ ହଜାର କୋଟି ଟଙ୍କା ଅଦ୍ୟାବଧି ଦେଇସାରିଚି। ରାଜ୍ୟ ଓ ଦେଶର ବିକାଶରେ ନାଲକୋର ଅବଦାନ ଅନସ୍ବୀକାର୍ଯ୍ୟ। କିନ୍ତୁ ଏସବୁ ସତ୍ତ୍ୱେ ନାଲକୋର ଘରୋଇକରଣ ଉଦ୍ୟମ ଏକ ହୀନ ପ୍ରୟାସ ବୋଲି କହିଛନ୍ତି ଶ୍ରମିକ ନେତାମାନେ। ଏହି କାରଣରୁ ସଙ୍ଘର ସଭାପତି ତ୍ରିଲୋଚନ ପ୍ରଧାନ, ଯୁବ ନେତା ଅରୁଣାଭ ସିଂହ ପ୍ରମୁଖ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ମାଧ୍ୟମରେ ଘରୋଇକରଣକୁ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ଦେଇଥିଲେ। ସଙ୍ଘର ସଦସ୍ୟ ମାଙ୍ଗିଲାଲ ସାମଲ, ନିର୍ମଳ ଶତପଥି, ଅଜୟ ଦାସ, ବିଶ୍ଵନାଥ ଗଡ଼ନାୟକ, ଲିତନ୍ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Share

Leave a Reply