ସଡ଼କ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ

You are currently viewing ସଡ଼କ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ

ତାଳଚେର : ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ରବିବାର ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ମଦନ ମୋହନ ସାହୁ ଏବଂ ତାଙ୍କ ପତ୍ନୀ ଚତୁରୀ ସାହୁଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଳଚେର ଉପ ଜିଲ୍ଲାପାଳ ସମୀର କୁମାର ଜେନା ମଙ୍ଗଳବାର ତାଙ୍କ ପରିବାରକୁ ଏହି ଅର୍ଥରାଶି ଦେଇଛନ୍ତି।

ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକସନ ଅଫିସର ନଗେନ କୁମାର ଶତପଥୀ, ରେଭେନ୍ୟୁ ଆସିଷ୍ଟାଣ୍ଟ ମଧୁସୂଦନ ଭୋଇ ରଜଡଙ୍ଗ ଗ୍ରାମରେ ପହଞ୍ଚି ମୃତକଙ୍କ ଏକମାତ୍ର କନ୍ୟା ଜୀ ନମ୍ରତାଙ୍କୁ ଚେକ ଆକାରରେ ସହାୟତା ରାଶି ପ୍ରଦାନ କରିଛନ୍ତି।

Share

Leave a Reply