ଅନୁଗୁଳ: ଅନୁଗୁଳ ସହରର ଏକ ମଲ୍ରେ କାମ କରିବା ପାଇଁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳିକା ନିଖୋଜ ହୋଇଥିବା ଲିଖିତ ଅଭିଯୋଗ ଗତ ନଭେମ୍ବର ମାସ ୨୧ ତାରିଖରେ ଅନୁଗୁଳ ଥାନାରେ ହୋଇଥିଲା। ନିଖୋଜ ଏହି ୧୭ ବର୍ଷୀୟା ନାବାଳିକାକୁ ପୁଲିସ ଉଦ୍ଧାର କରି ଶୁକ୍ରବାର ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ପୁଲିସସୂତ୍ରରୁ ପ୍ରକାଶ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ଏହି ନାବାଳିକା ଜଣକ ଅନୁଗୁଳ ସହରର ଏକ ମଲ୍କୁ କାମ କରିବା ପାଇଁ ଆସି ଘରକୁ ଫେରି ନଥିଲେ। ଖୋଜାଖୋଜି କରି ନ ପାରିବାରୁ ନାବାଳିକାର ମା’ ଗତ ୨୧ ତାରିଖରେ ଅନୁଗୋଳ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅନୁଗୋଳ ଥାନାରେ ଏକ ମାମଲା ଋଜୁ କାରାଯାଇ ନିଖୋଜ ନାବାଳିକାକୁ ପୁଲିସ ଖୋଜାଖୋଜି କରିଥିଲା। ଗୁରୁବାର ନାବାଳିକାକୁ ପୁଲିସ ଉଦ୍ଧାର କରିବା ପରେ ତାଙ୍କର ଜମାନବନ୍ଦୀ ରେକର୍ଡ କରାଯାଇଛି। ସେ ଘରେ ନକହି ତାଙ୍କ ବନ୍ଧୁ ଘରକୁ ପଳାଇ ଯାଇଥିବା ଉଦ୍ଧାର ପରେ ପୁଲିସ ଆଗରେ ପ୍ରକାଶ କରିଥିଲା। ଶୁକ୍ରବାର ପୁଲିସ ପକ୍ଷରୁ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।
ନିଖୋଜ ନାବାଳିକା ଉଦ୍ଧାର
- Post published:December 11, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul