ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଖୁବ୍ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଟିକାକରଣ ଅଭିଯାନ। ଏହି ଅଭିଯାନର ସଠିକ୍ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଟିକା ନେବାରୁ ଯୋଗ୍ୟ ହିତାଧୁକାରୀ ଯେପରି ବାଦ୍ ନ ପଡନ୍ତି ସେଥିପାଇଁ ସ୍ୱତନ୍ତ୍ର ଭାବେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ ଅନୁସନ୍ଧାନ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ନିର୍ଦେଶ ଦେଇଛନ୍ତି। ଏହାଛଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦ୍ଵାରା ଏକ ଅଣୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଅନୁଯାୟୀ ଜିଲ୍ଲାରେ ବାଦ୍ ପଡିଥିବା, ସାମିଲ ହୋଇ ନଥିବା ଓ ପ୍ରତିରୋଧ ଶକ୍ତି କମ୍ ଥିବା ୨ ବର୍ଷର ଶିଶୁ ସମସ୍ତଙ୍କୁ ସ୍ଥିରୀକୃତ ଟିକାକରଣ ଡୋଜ୍ ଦିଆଯିବ। ୯୦ ପ୍ରତିଶତରୁ ଅଧିକ ସଫଳତା ପାଇଁ ଡିପିଟି ବୁଷ୍ଟର( ପ୍ରଥମ ଓ ଦ୍ଵିତୀୟ) ଡୋଜ୍ ଟିକାକରଣ କରାଯିବ। ୧୦୦ ପ୍ରତିଶତ ଗର୍ଭବତୀ ମହିଳାମାନଙ୍କୁ ଟିଡି ଟିକାକରଣର ସମସ୍ତ ଡୋଜ୍ ୬ଟି ବ୍ଲକ୍ ଅନୁଗୁଳ, ବଅଁରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର ଓ ତାଳଚେରରେ ୮୫ ପ୍ରତିଶତରୁ କମ୍ ଥିବାରୁ ସମ୍ପୂର୍ଣ ଟିକାକରଣ କରାଯିବ। ସ୍ଥିରୀକୃତ ୬ଟି ବ୍ଳକରେ ବାଦ୍ ପଡିଥିବା ପିଲା ଓ ଗର୍ଭବତୀ ମା’ ମାନଙ୍କୁ ଟିକାକରଣ କରାଯିବ। ଟୀକାକରଣ ଚଳିତ ନଭେମ୍ବର ମାସରୁ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ ପ୍ରତି ୭ ଦିନ ସରକାରୀ ଦିବସ ଗୁଡିକରେ ୩ ରାଉଣ୍ଡରେ ଏହି ଟିକାକରଣ କରାଯିବ ଅଭିଯାନରେ ଜିଲ୍ଲା ଓ ବ୍ଲକ୍ ଗୁଡିକରେ ଟାସ୍କଫାର୍ସ ବୈଠକ କରାଯିବ । ପଞ୍ଚାୟତ ନିର୍ବାଚିତ ଲୋକ ପ୍ରତିନିଧୂ ଓ ସ୍ୱାସ୍ଥ୍ୟ କର୍ମୀମାନେ ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ସ୍ୱତନ୍ତ୍ର ଟିକାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ବିହାରୀ ମହାନ୍ତିଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।
ଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ
- Post published:November 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
