ଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

You are currently viewing ଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

ଅନୁଗୁଳ: ଘରୋଇ କଳହ ପାଇଁ ଜୀବନ ହାରିଲେ ଯୁବକ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଗ୍ରାମର ଅନିଲ କୁମାର ସିଂହ (୩୪) ଗୁରୁବାର ଆତ୍ମହତ୍ଯା କରିଛନ୍ତି।

ସୂଚନା ମୁତାବକ,ଅନିଲଙ୍କ ଘର ମଝିକା ଗାଁ ମଧ୍ୟରେ ହୋଇଥିବା ବେଳେ ସେ ଛକରେ ଘର ଭଡ଼ା ନେଇ ସ୍ତ୍ରୀଙ୍କ ସହ ରହୁଥିଲେ। ଅନିଲ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା। ଗୁରୁବାର ସନ୍ଧ୍ୟାରେ ତାଙ୍କ ମୃତ ଦେହ ଭଡା ଘରେ ଏକ କପଡ଼ା ସାହାଯ୍ୟରେ ଫ୍ଯାନରେ ଝୁଲି ଥିବାର ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକେ ଅନିଲଙ୍କ ସାଙ୍ଗ ମାନଙ୍କୁ ଜଣାଇଥିଲେ। ସେମାନେ ଆସି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଅନିଲଙ୍କ ସାଙ୍ଗମାନେ କହିଛନ୍ତି ଯେ ସେ ଅପରାହ୍ନ ୪ଟା ବେଳେ ତାଙ୍କ ସହ ବସି ଭଲରେ କଥା ହୋଇଥିଲେ। କିନ୍ତୁ ୫ଟାରେ ଝୁଲି ପଡ଼ିଥିବା ଖବର ମିଳିଥିଲା। ଏଣୁ ଘରେ କିଛି ହୋଇଥିବା ସେମାନେ ଆଶଙ୍କା କରୁଛନ୍ତି।

Share

Leave a Reply