ଅନୁଗୁଳ: ଗତ କିଛି ବର୍ଷ ମଧ୍ୟରେ ଅନୁଗୁଳ ସହରରେ ଫାଷ୍ଟଫୁଡର ଚାହିଦା ବଢିଛି। ପରିସ୍ଥିତି ଏଭଳି ହୋଇଛି ସହରର ପ୍ରତି ଗଳିରେ ଫାଷ୍ଟଫୁଡ ଓ ବିରିୟାନି କାଉଣ୍ଟର ଦେଖିବାକୁ ମିଳୁଛି। ପରିବର୍ତିତ ଜୀବନଶୈଳୀରେ ନନ୍ ଭେଜ ଖାଦ୍ୟ ପ୍ରତି ଲୋକଙ୍କ ବିଶେଷ କରି ଯୁବ ଗୋଷ୍ଠି ଆକର୍ଷିତ ହେଉଥିବା ଯୋଗୁଁ ଛତୁ ଫୁଟିଲା ଭଳି ଫାଷ୍ଟ ଫୁଡ଼ ଷ୍ଟଲ ଖୋଲୁଛି। ତେବେ ବସ ଷ୍ଟାଣ୍ଡ ବଜାର ରାସ୍ତା କଡରେ ମନ ଇଛା ଫାଷ୍ଟଫୁଡ ଓ ବିରିୟାନି ଷ୍ଟଲ ଖୋଲିବା ଦ୍ୱାରା ଅଯଥାରେ ଟ୍ରାଫିକ ଜାମ୍ ହେଉଛି। ଏହି ସବୁ ଦୋକାନ ଭିତରେ ବ୍ୟବସାୟିକ ପ୍ରତିଯୋଗିତା ହେତୁ ଚାଳିଶ ପଚାଶ ଟଙ୍କାରେ ବିରିୟାନି ବିକ୍ରି ହେଉଛି। ତେବେ ଏସବୁରେ ନିମ୍ନ ମାନର ରଙ୍ଗ ଓ ଫ୍ଲେବର ବ୍ୟବହାର କରାଯାଉଛି। ଫାଷ୍ଟଫୁଡରେ ନିମ୍ନ ମାନର ସସ୍ ଓ ରଙ୍ଗ ବ୍ୟବହାର ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।ତେବେ ତୁରନ୍ତ ପ୍ରଭାବ ପଡୁ ନଥିବାରୁ ଯୁବ ଗୋଷ୍ଠି ଏ ସବୁର ଅପକ।ରିତା ଜାଣି ପାରୁନାହାନ୍ତି। ଦୋକାନି ମାନେ ବିନା ଫୁଡ଼ ଲାଇସେନ୍ସରେ ଦୋକାନ କରୁଥିବାରୁ ସରକାର ମଧ୍ୟ୍ୟ ରାଜସ୍ବ ହରାଉଛନ୍ତି। ଅନୁସନ୍ଧାନରୁ ଜଣା ପଡିଛି ଅନୁଗୁଳ ସହରରେ ଆମିଷ ବାରିରେ ଦିନକୁ ୧୦ କ୍ୱିଣ୍ଟାଲ ଚିକେନ ବିକ୍ରି ହେଉଥିବା ବେଳେ ଅନ୍ୟ ଦିନ ମାନଙ୍କରେ ୫ ରୁ ୭ କ୍ୱିଣ୍ଟାଲ ବିକ୍ରି ହେଉଛି। ଫାଷ୍ଟଫୁଡର ଚାହିଦା ଯୋଗୁଁ ହୋଟେଲ ରେ ଚିକେନ୍ କାରବାର ଢେର କମିଯାଇଛି। ଯାହା ହେଉନା କାହିଁକି ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଫାଷ୍ଟଫୁଡ ଦୋକାନ ଗୁଡିକର ଖାଦ୍ୟର ମାନ କିଭଳି ଠିକ ରହିବ ତାହା ନିୟମିତ ଯାଞ୍ଚ ହେବା ଉଚିତ ।
ଅନୁଗୁଳରେ ଫାଷ୍ଟଫୁଡର ଚାହିଦା ବଢିଛି
- Post published:December 15, 2021
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul