ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ବୁଢାପଙ୍କ ପଞ୍ଚାୟତରୁ ଚୋରି ହୋଇଥିବା ଏକ ବାଇକକୁ ଦୁର୍ବୃତ୍ତମାନେ ଅଧା ବାଟରେ ଛାଡ଼ିଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ବୁଢ଼ାପଙ୍କର ପ୍ରଶାନ୍ତ ସାମଲଙ୍କ ଗାଡି ଗତ କାଲି ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପ୍ରଶାନ୍ତ ଗତ କାଲି ସକାଳେ ଗାଁ ମୁଣ୍ଡରେ ହିରୋ ହୋଣ୍ଡା (OD19 S 3874)କୁ ଏକ କୁଡିଆରେ ରଖି ଟାଟା ଷ୍ଟିଲ କମ୍ପାନୀକୁ ଡ୍ୟୁଟିରେ ଯାଇଥିଲେ। ଡ୍ୟୁଟି ସାରି ସନ୍ଧ୍ୟା ୬ ଟାରେ ଫେରି ଦେଖିବା ବେଳକୁ ସେଠାରେ ତାଙ୍କ ଗାଡ଼ି ନ ଥିଲା। ଚାରି ଆଡେ ଖୋଜାଖୋଜି କରି ନ ପାଇବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ତେବେ ଆଜି ସକାଳେ ଗାଁ କେନାଲ ପାଖରେ ଏକ ଗାଡି ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପ୍ରଶାନ୍ତ ଆସି ଦେଖିବା ବେଳକୁ ଗାଡ଼ିଟି ତାଙ୍କର ବୋଲି ଜାଣିବାକୁ ପାଇଥିଲେ। ପରେ ପ୍ରଶାନ୍ତ ଗାଡି ଧରି ଘରକୁ ଫେରିଛନ୍ତି।