maa mangala vihar

ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

0

ଅନୁଗୁଳ: ଅନୁଗୁଳବ୍ଲକ୍ ବନ୍ତଳା ଥାନା ଇଲାକା ଜାମୁଗାଡ଼ିଆ ଗ୍ରାମରେ ଏକ ବଡ଼ଧରଣର ଚୋରି ହୋଇଛି । ଘରେ କେହି ନଥିବା ବେଳେ ପଞ୍ଚୁ ସ୍ୱାଇଁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଦୁର୍ବୃତ୍ତ ଚମ୍ପଟ ମାରିଛି । ଶୁକ୍ରବାର ଅପରାହ୍ନରେ ଏନେଇ ବନ୍ତଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍‌ଭିନ୍ ଚଳାଇଛି।ପୁଲିସ୍ ସୂଚନା ମୁତାବକ, ଗତ ସୋମବାର ରାତିରେ ଏହି ଚୋରି ହୋଇଛି । ଜାମୁଗାଡ଼ିଆ ଗ୍ରାମର ପଞ୍ଚୁ ସାଇଁଙ୍କ ଘରେ ସେହିଦିନ ସନ୍ଧ୍ୟାରେ କେହି ନଥିବା ବେଳେ ଦୁର୍ବୃତ୍ତ କଳାକନା ବୁଲାଇଥିଲେ । ଗ୍ରାମରେ ନାମ ସଂକୀର୍ତ୍ତନ ଥିବାରୁ ସପରିବାର ସଂକୀର୍ତ୍ତନ ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ କେହି ତାଙ୍କ ଆଲମିରା ଭିତରୁ ଗୋଟିଏ ସୁନା ଚେନ୍, କାନ ଫୁଲ, ନାକଫୁଲ, ୨ଟି ଝରା ଓ ୨ଟି ରୁପା ପାଉଞ୍ଜି ନେଇଯାଇଥିବା ପଞ୍ଚୁଙ୍କ ପତ୍ନୀ ଜାହ୍ନବୀ ସ୍ବାଇଁ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.