ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର ସ୍ଥାପନ ନିମନ୍ତେ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ସୂଚନା ଦେଇଛନ୍ତି। ଏନେଇ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂତନ ଦମକଳ କେନ୍ଦ୍ର ସ୍ଥାପନ ହେଲେ ଅନୁଗୁଳ, ଆଠମଲ୍ଲିକ ଓ ପାଳଲହଡ଼ା ଉପଖଣ୍ଡର ଉପାନ୍ତ ଅଞ୍ଚଳରେ ଦମକଳ ଗାଡ଼ି ଶୀଘ୍ର ପହଞ୍ଚିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବିଭାଗର ସହାୟତା ମିଳିପାରିବ ବୋଲି ସାଂସଦ ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି। ଖମାର ଠାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା କରିବା ନେଇ ସାଂସଦ ଶ୍ରୀ ସାହୁ ପାଲଲହଡ଼ା ବିଧାୟକ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ବହୁବାର ଅନୁରୋଧ କରିଥିଲେ ବୋଲି ପ୍ରକାଶ କରିଛନ୍ତି।
ଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର
- Post published:May 4, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
