ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ଆଜି ସ୍ଥାନୀୟ ଶିକ୍ଷକପଡା ସାଇ ମନ୍ଦିର ପଛ ପାଖେ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଗିରଫ ୩ ଜଣ ହେଲେ ଘୁଞ୍ଚାପାଳର ରାହୁଲ ନାଏକ(୨୧), ହେମସୁରପଡାର ପ୍ରକାଶ ବେହେରା(୨୫) ଓ ଶ୍ରୀକାନ୍ତ ଜେନା(୩୩)। ତାଙ୍କ ଠାରୁ ଦୁଇଟି ବାଇକ ଓ ଗୋଟିଏ ଖଣ୍ଡା ଜବତ କରିଛି ପୋଲିସ।
ଡକାୟତି ଯୋଜନା ପଣ୍ଡ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
- Post published:August 14, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul