ଦୁର୍ଦାନ୍ତ ଅପରାଧୀ ଟିକନ ହତ୍ୟାକାରୀ ଗିରଫ

You are currently viewing ଦୁର୍ଦାନ୍ତ ଅପରାଧୀ ଟିକନ ହତ୍ୟାକାରୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁର ଦୁର୍ଦାନ୍ତ ଅପରାଧୀ ଟିକନ ନାଏକଙ୍କ ହତ୍ୟାକାରୀଙ୍କୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ମଙ୍ଗଳବାର ରାତିରେ ବେନ୍ତପୁର ଗାଁରେ ଟିକନଙ୍କୁ ସେହି ଗାଁର ବିଜୁ ନାଏକ ଏକ ଧାରୁଆ ଅସ୍ତ୍ରରେ ପେଟରେ ଭୁସି ଦେଇଥିଲା। ଫଳରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଟିକନଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି। ବିଜୁଙ୍କୁ ଥାନାରେ ଅଟକରଖି ପଚରା ଉଚୁରା କରାଯାଇଥିଲା। ଟିକନ ବିଜୁଙ୍କ ସହିତ ମଙ୍ଗଳବାର ସକାଳେ କୌଣସି କାରଣରୁ ପାଟିଗୋଳ ହୋଇଥିଲା। ରାତିରେ ପୁଣି ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇ ବାଡ଼ିଆପିଟା ହୋଇଥିଲେ। ଫଳରେ ବିଜୁ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଟିକନଙ୍କ ପେଟରେ ଆକ୍ରମଣ କରିଥିଲେ। ତେବେ ବାରମ୍ବାର ମାଡ଼ମାରିବା ଯୋଗୁଁ ଉତ୍କ୍ଷିପ୍ତ ହୋଇ ସେ ଏଭଳି କରିଥିବା ପୁଲିସ ଆଗରେ ବିଜୁ ସ୍ବିକାର କରିଛନ୍ତି। ସୂଚନା ଯୋଗ୍ୟ ଯେ, ଟିକନ ଅନେକ ଚୋରି, ଡକାୟତି, ଛିନତାଇ ମାମଲା ରହିଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ସେ ଚୋରି, ଡକାୟତି କରି ଜେଲ୍ ଯାଇଥିଲା। କିଛି ମାସ ତଳେ ସେ ଜେଲରୁ ଫେରିଥିବା ଜଣାପଡ଼ିଛି।

Share

Leave a Reply