ଭୂଜାଲୀ ଆକ୍ରମଣ ଘଟଣାରେ ୨ ଗିରଫ

You are currently viewing ଭୂଜାଲୀ ଆକ୍ରମଣ ଘଟଣାରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ବସଷ୍ଟାଣ୍ଡରେ ଗତ ୧୦ ତାରିଖରେ ଜଣେ ଜଳଖିଆ ଦୋକାନୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବସଷ୍ଟାଣ୍ଡରେ ଥିବା ବିମଳ ବିଶ୍ବାଳଙ୍କ ଜଳଖିଆ ଦୋକାନରେ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ଧଳା ରଙ୍ଗର କାରରେ ଆସି ପହଞ୍ଚି ଥିଲେ। ଦୁହେଁ ଜଳଖିଆ ଖାଇସାରିବା କାରରେ ବସିବା ସମୟରେ ଦୋକାନୀ ଟଙ୍କା ମାଗିଥିଲେ। ଏଥିରେ ଦୁଇ ଯୁବକ ରାଗି ଦେକାନୀଙ୍କ ସହ ଝଗଡ଼ା କରିଥିଲେ। ପରେ ଉତ୍କ୍ଷିପ୍ତ ହୋଇ ଜଣେ ଯୁବକ ଗାଡିରୁ ଭୁଜାଲି ବାହାର କରି ଆକ୍ରମଣ କରିବା ବେଳକୁ ଦୋକାନୀ ବିମଳ ଅଟକାଇ ଦେଇଥିଲେ। ସ୍ଥାନୀୟ ଲୋକ ଜମା ହେବାରୁ ୨ ଯୁବକ ସେଠାରୁ ପଳାଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରି ହେମୁସୁରପଡ଼ାର ମିର ହନିଫ୍ ଓ ସେକ୍ ସରିଫ ଓରଫ ସୋନୁଙ୍କୁ ବୁଧବାର ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ କାର ଓ ଭୂଜାଲୀ ଜବତ କରିଛି।

Share

Leave a Reply