ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ

You are currently viewing ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ

ପାଲଲହଡ଼ା: ପାଲଲହଡ଼ା ଟାଉନ ଠାରୁ ୩ କିମି ଦୂର କମ୍ପରକୀଳା ସ୍ଥିତ ଏକ ଠିକା କ୍ୟାମ୍ପରୁ ଗତ ରାତିରେ ଦୁଇ ସୁପରଭାଇଜରଙ୍କୁ ଅପହରଣ କରଯାଇଛି। ୧୦/୧୨ ଜଣ ଯୁବକ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଉଠାଇ ନେଇଛନ୍ତି। ଠିକାଦାର ଛେଣ୍ଡିପଦା ଥାନା ପିପଲବାହାଲ ଗ୍ରାମର ଗିରିଶ୍ ସ୍ବାଇଁ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅନୁସନ୍ଧାନ ଚାଲାଇଛି।


କମ୍ପରକୀଳା ସ୍ଥିତ ମାଙ୍କଡ଼ା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ଜରିଆରେ ଦୁଇ ବର୍ଷ ତଳେ କାମ ନେଇଥିଲେ ଶ୍ରୀ ସ୍ବାଇଁ। ଗତ ମଧ୍ୟରାତ୍ରିରେ ଠିକା ସଂସ୍ଥାରେ ଶୋଇଥିବା ବେଳେ ୨ ଜଣ ସୁପରଭାଇଜର ନରୋତ୍ତମ ବିଶ୍ଵାଳ ଏବଂ ସନାତନ ବେହେରାଙ୍କୁ ଦୁର୍ବୃତ୍ତ ନେଇ ଯାଇଛନ୍ତି। ଉଭୟଙ୍କ ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳ ବାହାଳ ଗ୍ରାମରେ। ଦୁର୍ବୃତ୍ତ ଗଲା ବେଳେ ୪୦ ଲିଟର ଡିଜେଲ ନେଇ ସେମାନଙ୍କ ଗାଡ଼ିରେ ପକାଇଥିଲେ। ଶ୍ରୀ ସ୍ବାଇଁ ପାଲଲହଡ଼ା ଥାନାକୁ ଆସି ଲିଖିତ ଅଭିଯୋଗ କରିବା ପରେ ପାଲଲହଡ଼ା ପୁଲିସ ତନାଘନା ଚଳାଇଛି।

Share

Leave a Reply