କୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

You are currently viewing କୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନା ମୁତାବକ, କୋଲକାତାର ସେରିଆନ ଏକ୍ସପ୍ରେସନ ଆଣ୍ଡ ମାଇନିଂ ନାମକ ଏକ ସଂସ୍ଥା ଗତ କିଛି ଦିନ ହେବ ବାରିହାପୁର ଗାଁକୁ ଆସି ଗ୍ରାମରେ କୋଇଲା ଅଛି କି ନାହିଁ ସର୍ଭେ କରୁଛି। ମାତ୍ର ଗ୍ରାମବାସୀ ଗାଁ କମିଟିକୁ ୧୦ ଲକ୍ଷଟଙ୍କା, ପ୍ରତି ନଳକୂଅ ପିଛା ୧୦ ହଜାର ଟଙ୍କା ଦେବାକୁ ଦାବି କରି କାମ ବନ୍ଦ କରିଥିଲେ। ଗୁରୁବାର କମ୍ପାନୀ କର୍ମଚାରୀମାନଙ୍କ ପାଇଁ ଅପରାହ୍ନରେ ଖାଦ୍ୟ ନେଇକି ଆସିଥିବା ବୋଲେରୋ(ଓଆର୦୫ଏକେ–୬୯୭୦)କୁ ଗ୍ରାମବାସୀ ଅଟକ ରଖିଥିଲେ। ଏନେଇ କମ୍ପାନୀର ଅଧିକାରୀ ଆୟୋନୀ ଖଟୁରିଆନ ଘଟଣାସ୍ଥଳକୁ ଆସି ଆଇନତଃ ଦାବି ଟଙ୍କା ଦେଇ ହେବନାହିଁ କହି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଗ୍ରାମବାସୀମାନେ ସେମାନଙ୍କ ଦାବି ପୁରଣ ପାଇଁ ଜିଦ କରିଥିଲେ। ତେବେ ବିଳମ୍ବିତ ରାତିରେ କଣିହାଁ ପୁଲିସ ଓ ମାଜିଷ୍ଟ୍ରେଟ ଭାବେ କଣିହାଁ ତହସିଲଦାର ପତିତପାବନ ଦେବତା ଘଟଣାସ୍ଥଳକୁ ପହଞ୍ଚିଥିଲେ। କମ୍ପାନୀ ଗାଡ଼ିକୁ ଛାଡ଼ିଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାରୁ ଗ୍ରାମବାସୀ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ। ବାଧ୍ୟ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Share

Leave a Reply