ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତ ଶିରିଗିଡା ଗ୍ରାମରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଇଧର ଦାସଙ୍କ ପୁଅ ଜିତୁ ଦାସ।
ସୂଚନା ଅନୁସାରେ, ରବିବାର ରାତିରେ ଜିତୁଙ୍କୁ ଏକ ଜନ୍ତୁ କାମୁଡ଼ିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକ ଦେଖିବା ବେଳକୁ ଘରୁ ଏକ ଚିତି ସାପ ବାହାରିଥିଲା। ଏଣୁ ସାପ କାମୁଡି ଥିବା ସନ୍ଦେହରେ ପରିବାର ଲୋକ ପ୍ରଥମେ ଜିତୁଙ୍କୁ ତାଳଚେର ମଣ୍ଡାପାଳ ହସ୍ପିଟାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଆଜି ଭୋରରୁ ତାଙ୍କ ମୁତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।
ଅପର ପକ୍ଷରେ ଜିତୁ ଜଣେ ଟେଲର ଦୋକାନୀ ଥିଲେ। ତାଙ୍କ ମୃତ୍ୟୁରେ ଗୋଡ଼ିବନ୍ଧର ଦୋକାନୀ ମାନେ ଶୋକ ପ୍ରକାଶ କରିବା ସହ ଦିନକ ପାଇଁ ଦୋକାନ ବନ୍ଦ ରଖିଥିବା ଦେଖିବାକୁ ମିଳିଥିଲା।