ଅନୁଗୁଳ: ହଣ୍ଡପା ଥାନା ପୁଲିସ ଆଉ ୫ଟି ପାଣି ପମ୍ପ୍ ଉଦ୍ଧାର କରିଛି। ପାଣିପମ୍ପ୍ ଚୋରି ଗ୍ୟାଙ୍ଗ ପୁଲିସ ଠାବ କରିବା ସହ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇଚ୍ଛାପୁର ଗ୍ରାମର ମନୋଜ ସାହୁ ଓ ବିକାଶ ମାଝୀଙ୍କୁ ବୁଧବାର କୋର୍ଟରୁ ପୁଲିସ ରିମାଣ୍ଡ୍ରେ ଆଣି ପଚରାଉଚୁରା କରିବା ପରେ ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ପଚରାଉଚୁରା ଚଳାଇଥିଲେ। ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଇଚ୍ଛାପୁର ପଦ୍ମପୁର ଶାଳ ଜଙ୍ଗଲରୁ ୫ଟି ପାଣି ପମ୍ପ୍ ଉଦ୍ଧାର କରାଯାଇଥିବା ବଇଣ୍ଡା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ପାଣିପମ୍ପ ଉଦ୍ଧାର କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୁଣି କୋର୍ଟ ଚାଲାଣ କରାଯାଇଥିଲା।
ଆଉ ୫ ପାଣିପମ୍ପ୍ ଉଦ୍ଧାର
- Post published:July 17, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
