ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କର ନାମ ହେମନ୍ତ କୁମାର ପାତ୍ର । ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ହେମନ୍ତ ବାଇକ୍ (ଓଡ଼ି ୦୯ ଜେ ୮୬୫୫)ରେ ଗୁରୁବାର ଦିନ ୨ଟା ବେଳେ ବହ୍ଲର ଛକରୁ ତାଳଚେର ଅଭିମୁଖେ ଆସୁଥିଲେ। ପବିତ୍ର ମୋହନ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉକ୍ତ ରାଜପଥକୁ ଅବରୋଧ କରିଥିଲେ। ତାଳଚେର ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅପରପକ୍ଷେ ଧକ୍କା ଦେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
- Post published:August 26, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
