ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ: ସଂଗଠନ ଓ ସରକାର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବାକୁ ଆହ୍ୱାନ

You are currently viewing ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ: ସଂଗଠନ ଓ ସରକାର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବାକୁ ଆହ୍ୱାନ

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଉପସ୍ଥିତ ଥିବା ଅନୁଗୁଳ ଜିଲ୍ଲା ପ୍ରଭାରୀ ତଥା ବରିଷ୍ଠ ନେତା ଗୋଲକ ମହାପାତ୍ର କାର୍ଯ୍ୟକର୍ତାମାନଙ୍କୁ ସଂଗଠନ ଓ ସରକାର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ବୁଥ ସ୍ତରରୁ କମିଟି ଗଠନ ସହ ସରକାରୀ ଯୋଜନାର ପ୍ରକୃତ ହିତାଧିକାରୀମାନେ ଯେପରି ଲାଭ ପାଇପାରିବେ, ସେ ଦିଗରେ କାର୍ଯ୍ୟକର୍ତାମାନେ ସ୍ୱତନ୍ତ୍ର ଧ୍ୟାନ ଦେବେ।

ପ୍ରତି ମାସରେ ବୁଥ, ଶକ୍ତିକେନ୍ଦ୍ର, ମଣ୍ଡଳ ଓ ଜିଲ୍ଲା ସ୍ତରେ ସାଙ୍ଗଠନିକ ବୈଠକ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ତରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ବର୍ଗ ଆୟୋଜନ ପାଇଁ ମଧ୍ୟ ସ୍ଥିର କରାଯାଇଛି। ପ୍ରଶିକ୍ଷଣ ପ୍ରଭାରୀ ରାଧାକାନ୍ତ ମହନ୍ତ ଓ ସହ ପ୍ରଭାରୀ ସୁନୀଲ ଶର୍ମା ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ମାର୍ଗଦର୍ଶନ ଦେଇଥିଲେ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସବୁ ମଣ୍ଡଳରେ ମହିଳା ଆକ୍ରୋଶ ରାଲି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ପ୍ରଧାନ, ସୁଦିପ ଗଡ଼ନାୟକ, ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସମେତ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ।

Share

Leave a Reply