ଅନୁଗୁଳ: ତାଳଚେର କିଶୋର କ୍ଳବ୍ ପକ୍ଷରୁ ଶାରଦୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଉଦଯାପନ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଅନୁଗୁଳର ପୂଜା ପରିଡ଼ା ୧୦୦,୨୦୦,୪୦୦,୮୦୦ ମିଟର ଦୌଡ ଏବଂ ପାଞ୍ଚ କିମି ୱାକିଙ୍ଗରେ ପ୍ରଥମ ସ୍ଥାନ ପାଇ ଚମ୍ପିୟାନ ହୋଇଥିଲେ। ସାଇଶ୍ରି ପ୍ରଧାନ ୮୦୦ମି ଦୌଡ ଓ କ୍ୱିଜ୍ ରେ ଦ୍ଵିତୀୟ,ବକ୍ତୃତାରେ ତୃତୀୟ ଏବଂ ପାଞ୍ଚ କିମି ୱାକିଂରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ।ସେହିଭଳି ଭେଟରାନ ବିଭାଗରେ ନୀଳମଣି ଦାସ ପାଞ୍ଚ କିମି ୱାକୀଙ୍ଗରେ ପ୍ରଥମ , ଶୁଭମ୍ ଜ୍ୟୋତି ଦ୍ଵିତୀୟ,ଆଶୁତୋଷ ସିଂହ ଏବଂ ସୁଦୀପ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।ରୁଚିଶ୍ମିତା ଦଣ୍ଡପାଟ ୫ କିମି ଚାଲିରେ ତୃତୀୟ, ସୁମନ ଦେହୁରୀ ୧୦୦,୨୦୦,୪୦୦,୮୦୦ ମି ଦୌଡରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।
କିଶୋର କ୍ଳବ୍ ପକ୍ଷରୁ ଶାରଦୀୟ ପ୍ରତିଯୋଗିତା
- Post published:October 30, 2023
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
