ତାଳଚେର : ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ ‘ ମିମସାର୍ ‘ ସରକାରଙ୍କ ତତ୍ତ୍ଵାବଧାନରେ ଚଳାଇବା ଦାବିରେ ୩ଟି ପ୍ରମୁଖ ସଂଗଠନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତାଳଚେର ପରିବେଶ ସୁରକ୍ଷା ସମିତି, ତାଳଚେର ଜନ ବିକାଶ କଲ୍ୟାଣ ସଂଘ ଓ ତାଳଚେର ସାର କାରଖାନା ଅଂଚଳିକ ପ୍ରଜା ମହାସଂଘ ଏହି ବିକ୍ଷୋଭ ଓ ଧାରଣାରେ ସାମିଲ ହୋଇଥିଲେ। ଏହି ୩ଟି ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ ମିଳିତ ଭାବରେ ସ୍ଥାନୀୟ ହାଟତୋଟା ସ୍ଥିତ କାଳୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରାହ୍ନରେ ଉପଜିଲ୍ଲାପାଳ ରଜନୀକାନ୍ତ ସାଇଁ ଧାରଣା ସ୍ଥଳକୁ ଆସି ମେଡିକାଲ କଲେଜ୍ ପ୍ରସଙ୍ଗରେ ଏକ ୧୦ ଜଣିଆ କମିଟି ଗଠନ କରାଯାଇ ଏକ ବୈଠକ କରାଯିବ ବୋଲି ପ୍ରକାଶ କହିଥିଲେ । ତେବେ ସରକାରୀ ସ୍ତରରେ ସର୍ବଦଳୀୟ ବୈଠକ ଡକାଯାଇ ଆଲୋଚନା ମାଧ୍ୟମରେ କମିଟି ଗଠନ କରାଯିବା ପାଇଁ ଆନ୍ଦୋଳନକାରୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ପରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ , କେନ୍ଦ୍ର କୋଇଲା ମନ୍ତ୍ରୀ , କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ହେଉ ‘ ମିମସାର୍’ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
- Post published:December 19, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
