ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚୌରାଗାଡିଆ ଗାଁରେ ଶୁକ୍ରବାର ସକାଳେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର କୁନ୍ଦ ସାହୁ(୬୦) ନାମକ ଜଣେ ବୃଦ୍ଧା ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ରାସ୍ତାରେ ଏକ ୧୧ କେଭି ବିଦ୍ୟୁତ ତାର ଛିଣ୍ଡିପଡ଼ିଥିଲା। ଏହାର ସଂସ୍ପର୍ଷରେ ଆସି କୁନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏ ନେଇ ସୂଚନା ପାଇବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତକରି ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ କରାଇଛି।
ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ
- Post published:October 1, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
