ଅନୁଗୁଳ: ଅନୁଗୁଳ ସଦର ଥାନା ଇଲାକା ଶରଧାପୁରଠାରେ ମଙ୍ଗଳବାର ଅପରାହ୍ଣରେ ଏକ ଲୁଟ୍ପାଟ ହୋଇଛି। ଜଣେ ଟିଭି ମେକାନିକ୍ଙ୍କୁ ମାଡ଼ ମାରି ତାଙ୍କଠାରୁ ୯ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ଘରେ ଚଢ଼ାଉ କରି ଚୋରି ସାମଗ୍ରୀ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି। ପୁଲିସ ସୂଚନା ମୁତାବକ ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ଅନୁଗୁଳ ବଜାରପଡ଼ାର ସୂରଜ କୁମାର ସାହୁ (୩୨)। ସେ ଏଲ୍ଇଡି ଟିଭି ସହ ଆକ୍ବାଗାର୍ଡ ମରାମତି କରନ୍ତି। ସେ ମଙ୍ଗଳବାର ବନ୍ତଳା ଅଞ୍ଚଳକୁ ଟିଭି ମରାମତି କରିବାକୁ ଯାଇଥିଲେ। କାମ ସାରି ଅପରାହ୍ଣ ୨ଟା ବେଳେ ଘରକୁ ଫେରୁଥିବା ସମୟରେ ଶରଧାପୁରଠାରେ ସୁନିଲ୍ ସେଠୀ ନାମକ ଜଣେ ଯୁବକ ତାଙ୍କ ବାଟ ଓଗାଳିବା ସହିିତ ଗାଳିଗୁଲଜ କରିଥିଲା। ତାଙ୍କୁ ପିଟାମରା କରିବା ସହ ତାଙ୍କ ବ୍ୟାଗ୍ ଓ ପାଖରେ ଥିବା ୯ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲା। ବ୍ୟାଗ୍ରେ ଗୋଟିଏ ଡ୍ରିଲ୍ ମେସିନ୍, ସ୍କ୍ରୁ ଡ୍ରାଇଭର, ଆରୋ ପାଇପ୍ ରହିଥିଲା। ସୂରଜ ଏ ନେଇ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ରାତିରେ ଅଭିଯୁକ୍ତ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତାର ଘରୁ ଡ୍ରିଲ୍ ମେସିନ୍ ଓ ସ୍କ୍ରୁ ଡ୍ରାଇଭର ଆଦି ଉଦ୍ଧାର କରାଯାଇଥିଲା।
ଟିଭି ମେକାନିକ୍ଙ୍କୁ ଲୁଟ୍ପାଟ
- Post published:January 7, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul