ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ସୋମବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୩୨ ଲିଟର ଦେଶୀ ମଦ ଜବତ ଓ ୧୨୦୦ କେଜି ପୋଚ ନଷ୍ଟ କରିଛି। ଏହି ଘଟଣାରେ ବାଗଡିଆ ଗ୍ରାମର ପୁରୁଷୋତ୍ତମ ବେହେରା ଏବଂ ବସନ୍ତପୁର ପଞ୍ଚାୟତ ଡେଉଁରିଆଝରଣ ଗ୍ରାମର ସୌଦାମିନୀ ବେହେରାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର ନିରୀକ୍ଷକ ଦିଲୀପ କୁମାର ବେହେରାଙ୍କ ନେତୃତ୍ବରେ ଏସ୍ଆଇ ସନ୍ତୋଷ କୁମାର ସାମଲ, ଶମ୍ଭୁପ୍ରସାଦ ନାଏକ, ବିଜୟ ସାମଲ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।
ମଦ ଜବତ, ୨ ଗିରଫ
- Post published:December 7, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
