ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁରେ ଜଣେ ୧୪ ବର୍ଷର ନାବାଳକ ଅଶ୍ଳିଳ ଭାଷା କହିବାକୁ ରାଜି ନହେବାରୁ ନିସ୍ତୁକ ମାଡ଼ ଖାଇ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଗାଁର ସରୋଜ ମାଝୀ(୨୦) ଓ ପ୍ରଶାନ୍ତ ବେହେରା(୧୯) ଜଣେ ୧୪ ବର୍ଷର ନାବାଳକଙ୍କୁ ଡ଼ାକି ଗାଁର ଜଣେ ଝିଅଙ୍କୁ ଅଶ୍ଳିଳ ଭାଷାରେ କହିବାକୁ କହିଲେ। ନାବାଳକ ଅଶ୍ଳିଳ ଭାଷା କହିବାକୁମନା କରିଥିଲେ। ଫଳରେ ୨ ଯୁବକ ବାଡ଼ିରେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ବାଳକ ଗୁରୁତର ଆହତ ହୋଇ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏ ନେଇ ନାବାଳକଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ସରୋଜ ଓ ପ୍ରଶାନ୍ତଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି।
1
f600b249-5c54-442c-a949-d6bc81000fab