୮ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ

You are currently viewing ୮ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ

ଅନୁଗୁଳ: ୮ ଦଫା ଦାବି ପୂରଣ ପାଇଁ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟରେ ପ୍ରାୟ ୩୦ ଲକ୍ଷ ଲୋକ ଟ୍ରକ ଯୋଗେ ବ୍ୟବସାୟ କରିଆସୁଥିବା ବେଳେ ସେମାନଙ୍କୁ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଫଳରେ ସେମାନେ ଆର୍ଥିକ କ୍ଷତି ସହୁଛନ୍ତି।

ମୋଟର ଗାଡ଼ି ଆଇନ ଅଣ୍ଡର ସେକ୍ସନ -୬୭ ଅନୁସାରେ, ରାଜ୍ୟ ସରକାର ସର୍ବନିମ୍ନ ଓ ସର୍ବୋଚ୍ଚ ଭଡ଼ାଦର ଧାର୍ଯ୍ୟ କରିବାର କ୍ଷମତା ରଖିଛନ୍ତି। କିନ୍ତୁ ୨୦୦୮ ପରଠାରୁ ଦ୍ରବ୍ୟ ଭଡ଼ା ସଂଶୋଧିତ ହୋଇନାହିଁ। ଏଥିପାଇଁ ବିଭିନ୍ନ ବୈଷୟିକ କମିଟି ଗଠିତ ହୋଇ ଭଡ଼ାଦର ଧାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଉଚ୍ଚ ନ୍ୟାୟାଳୟ,ଓଡ଼ିଶା ଡବ୍ଲ୍ୟୁପିସି ନଂ-୧୯୭୭୪/୨୦୧୭ରେ ନିର୍ଦ୍ଦେଶନାମାର ୮ ସପ୍ତାହ ମଧ୍ୟ ଭଡ଼ାଦର ସମ୍ପର୍କରେ ବିଚାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅଦୃଶ୍ୟ ଶକ୍ତି ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଟ୍ରକ ମାଲିକମାନଙ୍କର ଉନ୍ନତି ଚାହୁଁ ନାହାନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାକୁ ସମାଧାନ କରନ୍ତୁ ବୋଲି ଟ୍ରକ ମାଲିକ ସଂଘ ନିବେଦନ କରିଛନ୍ତି।

Share

Leave a Reply