ଜାପାନୀ ଜର: ଅନୁସନ୍ଧାନ କରିବାକୁ ରାଜ୍ୟ ଟିମ୍‌ ପହଞ୍ଚିଲେ

You are currently viewing ଜାପାନୀ ଜର: ଅନୁସନ୍ଧାନ କରିବାକୁ ରାଜ୍ୟ ଟିମ୍‌ ପହଞ୍ଚିଲେ

ଅନୁଗୁଳ: ନିକଟରେ ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଜାପାନି ଏନ୍‌ ସେଫାଲାଇଟିଜ୍‌ରେ ଜଣକର ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅନୁଗୁଳ ଭେକ୍ଟର ବାହିତ ରୋଗ ବିଭାଗର ସହକାରୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ପୂର୍ଣ୍ଣିମା ଉଦ୍‌ଗାତାଙ୍କ ଯୋଗାଯୋଗ କରିବାରୁ ସେ କହିଲେ କି ଅନୁଗୁଳ ଭେକ୍ଟର ବାହିତ ରୋଗ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଆକ୍ୟୁଟ ଏନ୍‌ ସେଫାଲାଇଟିଜ ସିଣ୍ଡ୍ରୋମ ରୋଗର ଯାଞ୍ଚ ଚାଲିଥିବା ବେଳେ ବଅଁରପାଳ ଅଞ୍ଚଳରେ ଜଣଙ୍କର ଜେଇ ହୋଇଥିବା ନେଇ ସନ୍ଦେହ କରାଯାଇଥିଲା।‌ତାଙ୍କର ମୁଣ୍ଡ ବ୍ୟଥା,ଜ୍ଵର, ବାନ୍ତି ଆଦି ହେଉଥିଲା।

ଅନୁଗୁଳରେ ଔଷଧ ଖାଇ ଉପଶମ ନ ମିଳିବାରୁ ତାଙ୍କୁ କଟକ ସ୍ଥାନାନ୍ତର ପରାମର୍ଶ ଦିଆଯାଇଥିଲା ଏବଂ ସେରିବ୍ରୋସ୍ପାଇନାଲ‌ ଫ୍ଲୁଇଡ ଟେଷ୍ଟ କରାଇବାକୁ କୁହା ଯାଇଥିଲା।କିନ୍ତୁ ସେ ଅବହେଳା କରି କଟକ ଯାଇ ନଥିଲେ। ଜେଇ ରୋଗର ପରୀକ୍ଷା ଅନୁଗୁଳରେ ଉପଲବ୍ଧ ନୁହେଁ। କଟକ କିମ୍ବା ଆର୍‌ଏମଆର୍‌ସି ଭୁବନେଶ୍ବରରେ ଏହାର ପରୀକ୍ଷା ହୋଇପାରିବ।

ଏହାପରେ ବଅଁରପାଳ ଅଞ୍ଚଳରେ କିଛି ପିଲାଙ୍କୁଙ୍କୁ ଜ୍ଵର ସହିତ ବାନ୍ତି ଆଦି‌ ହେଉଅଛି।ଏଣୁ ମେଡ଼ିକାଲ ପକ୍ଷରୁ ରାଜ୍ୟ ଭେକ୍ଟର ବାହିତ ରୋଗ ବିଭାଗର କୀଟ ବିଶେଷଜ୍ଞ ଏବଂ ତାଙ୍କ ଟିମ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ସେମାନେ ଆଜି ଆସି ସଂପୃକ୍ତ ଯାଗା ବୁଲି ଦେଖିବା ସହ କିଛି ମଶା ସଂଗ୍ରହ କରି ନେଇଛନ୍ତି।‌ ଜାପାନୀଜ୍‌ ଏନ୍ସେଫାଲାଇଟିଜ୍‌ ରୋଗର ଭାଇରସ‌ ଘୁଷୁରୀ,ପାଣି ପକ୍ଷୀ କିମ୍ବା କ୍ୟୁଲେକ୍ସ୍‌ ମଶା ଦ୍ଵାରା ସଂକ୍ରମିତ ହୋଇ ମଣିଷ ପାଖକୁ ଆସିଥାଏ। ବଅଁରପାଳ ଅଞ୍ଚଳରେ ପାଣି ପକ୍ଷୀ କି ଘୁଷୁରୀ ନଥିବା ବେଳେ ମଶା ମାନଙ୍କୁ ସେଥିପାଇଁ ଧରାଯାଇଚଛି। ପରୀକ୍ଷା ପରେ ସେ ଅଞ୍ଚଳରେ‌ ଜେଇ ରୋଗର ଭାଇରସ ଅଛି କି ନାହିଁ‌ ପ୍ରମାଣିତ ହେବ। ତେଣୁ ଡ଼ା ଉଦ୍‌ଗାତା ଜନସାଧାରଣ ଏଥିରେ ଆତଙ୍କିତ ହେବାର ନାହିଁ ବୋଲି କହିଥିଲେ।

ତେବେ ଲଗାତାର ଜ୍ଵର,ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେଲେ ଜନ ସାଧାରଣ ସରକାରୀ ମେଡିକାଲରେ ପହଞ୍ଚି ପରାମର୍ଶ ନେବାକୁ କହିଥିଲେ। ରାଜ୍ୟ ଭେକ୍ଟର ବାହିତ ରୋଗ ଟିମ୍‌ ସହିତ ଅନୁଗୁଳ ଶାଖାର ପରାମର୍ଶଦାତା ନିରୁପମା ଦାସ ଉପସ୍ଥିତ ଥିଲେ।

Share

Leave a Reply