ଜେଏସ୍‌ପିଏଲରୁ ଚୋରି, ଦୁଇ ଗିରଫ

0

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼କେରଜାଙ୍ଗ ଗାଁର ରିଙ୍କୁ ରାଉତ (୨୧) ଓ ପପୁଲୁ ବିଶ୍ବାଳ (୧୯) ସୋମବାର କାରଖାନା ଭିତରେ ପଶି ଏକ ଲୁହା ଖୁଣ୍ଡ କାଟି ନେବାକୁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀ ଏହା ଦେଖିବା ପରେ ଉଭୟଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.

error: Content is protected !!