ଡାକ୍ତରଖାନା କୋଠାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

You are currently viewing ଡାକ୍ତରଖାନା କୋଠାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚାରି ମହଲା ବିଶିଷ୍ଟ ଅନ୍ତର୍ବାସି କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ଜଣେ ଯୁବକ ଷାଠିଏ ଫୁଟ ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।ବୁଧବାର ସକାଳ ୯ଟା ରେ କିଛି ଝାଡୁଦାର ଏହାଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ଶିଡି ଏବଂ ଜାଲ ବିଛାଇ ଯୁବକଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ।

ଏଡିଏମଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ୱାଳ ଙ୍କ ନିର୍ଦେଶରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା।ଶେଷରେ ଦୁଇ ଘଣ୍ଟା ନାକେଦାମ କରିବା ପରେ ଅଗ୍ନିଶମ କର୍ମଚାରୀମାନେ କୋଠାର ଭିତର ପଟ ସ୍କାଇଲାଇଟ ବାଟେ ଯୁବକକକୁ ଉଦ୍ଧାର କରିଥିଲେ।ପରୀକ୍ଷା ପରେ ଯୁବକର ମାନସିକ ବିକୃତି ଥିବା ଜଣାପଡିଛି। ଡାକ୍ତରଖାନା ରେ ଶତାଧିକ ନିରାପତ୍ତାରକ୍ଷୀ ଥିବାବେଳେ ଯୁବକଟି କିଭଳି ଷାଠିଏ ଫୁଟ ପର୍ଯ୍ୟନ୍ତ ଚଢ଼ିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share

Leave a Reply