ଅନୁଗୁଳ: ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳରେ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ଏକ ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର, ଖଣ୍ତପଡ଼ା, ବାରିପଦା, ଘଟଗାଁ, ପୁରୀ, ରାଉରକେଲା ଆଦି ସ୍ଥାନରେ ନିର୍ମାଣ ହେଵ ଏହି ପାର୍କ। ଦ୍ବିତୀୟ ପର୍ଯ୍ୟାୟରେ ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ଏହି ପାର୍କ ବା ସାଇନ୍ସ ସେଣ୍ଟରରେ ସାଇନ୍ସ ଫଟୋ, ଲାଇବ୍ରେରୀ, ଲାବୋରେଟୋରୀ, କନଫରେନ୍ସ ହଲ୍, ସାଇନ୍ସ କ୍ବିଜର ବ୍ୟବସ୍ଥା ରହିବ। ପ୍ରତି ପାର୍କ ପାଇଁ ୬.୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର।
ଅନୁଗୁଳରେ ହେବ ସାଇନ୍ସ ପାର୍କ
- Post published:December 3, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ପୋଲିସ କବ୍ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ
ପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ





