ଅନୁଗୁଳରେ ମିଶ୍ରଣ ପର୍ବ, ବିଜେଡିରୁ ବହୁ କର୍ମୀ ବିଜେପିରେ ସାମିଲ

You are currently viewing ଅନୁଗୁଳରେ ମିଶ୍ରଣ ପର୍ବ, ବିଜେଡିରୁ ବହୁ କର୍ମୀ ବିଜେପିରେ ସାମିଲ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମିଶ୍ରପଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବଅଁରପାଳ ବ୍ଲକ ଅଧୀନ ଅରାହାଟ ଗାଁ ଓ ବଉଳିଗଡ ପଞ୍ଚାୟତର ବହୁ ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ମିଶ୍ରଣ ପର୍ବରେ ପ୍ରଦ୍ୟୁମ୍ନ ଗୁରୁ, ବୀନା ଗୁରୁ, ଅମ୍ବିକା ଭୁକ୍ତା, ସୁମତି ଗୁରୁ, ନିରୂପମା ଗୁରୁ, ରଙ୍ଗବତୀ ଗୁରୁ, ଇଲୁ ଭୁକ୍ତା, ପ୍ରମିଳା ଭୁକ୍ତା, ନଳୀନି ଦାସ, ଗୌରି ଶଙ୍କର ପୃଷ୍ଟୀ, ଶକ୍ତି ଗୁରୁ, ଅମୂଲ୍ୟ ପଟ୍ଟନାୟକ, ମନୋଜ ଅମାନ୍ତ ଓ ସାଗର ଭୋଇଙ୍କ ସମେତ ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନୂଆ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ସେ କହିଛନ୍ତି, ଏହି ମିଶ୍ରଣ ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିକଶିତ ଅନୁଗୋଳ ଗଠନରେ ସାମିଲ ହେବା ପାଇଁ ସେମାନେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି। ବଉଳିଗଡ ସରପଞ୍ଚ ଅମରେନ୍ଦ୍ର ଗଡନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ, ପ୍ରମୋଦ ପରିଡା, ନନ୍ଦନ ସାମଲ ଓ ମାଗୁଣି ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply