ଅନୁଗୁଳ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମାଜ ସେବା ଅଭିଯାନ କାର୍ଯ୍ୟକ୍ରମରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ଓ ବଅଁରପାଳ ବ୍ଲକ ଛାତ୍ର ବିଜେଡିର ମିଳିତ ସହଯୋଗରେ ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଓଡିଶା ମୋ ପରିବାର ସହ-ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ମଂଜୁଲତା ସାହୁ, ବଅଁରପାଳ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ନାଥ, ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋକୁଳାନନ୍ଦ ପ୍ରଧାନ, ନୂଆହତା ସରପଞ୍ଚ ସଚ୍ଚିଦାନନ୍ଦ ବେହେରା, ୨୮ ନଂ ଜିଲ୍ଲା ପରିଷଦ ଜୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅନୁଗୁଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସହ-ପର୍ଯ୍ୟବେକ୍ଷକ ତପନ ତ୍ରିପାଠୀ, ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ନିର୍ମଳ ସାହୁ, ଜିଲ୍ଲା ଯୁବ ବିଜେଡି ଉପ-ସଭାପତି ସରୋଜ ନାଏକ ଯୋଗଦେଇଥିଲେ। ଯୁବ ବିଜେଡ଼ି ନେତା ଅରୁଣାଭ ସିଂହ, ବଅଁରପାଳ ବ୍ଲକ ଛାତ୍ର ବିଜେଡି ସଭାପତି ସୌମ୍ୟରଞ୍ଜନ ବେହେରା, ପ୍ରତାପ ରାଉତ, ସୁନୀଲ ରାଣା, ମୁକୁଲ ଅମାନ୍ତ, ସତ୍ୟବ୍ରତ ପରିଡା, ବିଶ୍ୱଜିତ ବରାହ, ଜ୍ୟୋତି ରଞ୍ଜନ ବେହେରା, ବିଭୁତି ପ୍ରଧାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ସର୍ବମୋଟ ୧୪୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ବିଜେଡିର ରକ୍ତଦାନ ଶିବିର, ୧୪୬ ୟୁନିଟ ରକ୍ତ ସଂଗ୍ରହ
- Post published:October 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
