ଅନୁଗୁଳ(Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବନ୍ୟାଜଳ ନିଷ୍କାସନ ପାଇଁ ସକାଳ ୧୧ଟା ୪୮ ମିନିଟ୍ରେ ୭ ନମ୍ବର ଗେଟ୍ ଖୋଲା ଯାଇଥିବାବେଳେ ସନ୍ଧ୍ୟା ୫ଟା ୨୦ ମିନିଟ୍ ସମୟରେ ୮ ନମର ଦ୍ବିତୀୟ ଗେଟ୍ ଖୋଲାଯାଇଛି । ଫଳରେ ପ୍ରତି ମିନିଟ୍କୁ ୭୮୯୨, ୪୭ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ୫୨୨.୧୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଜଳଭଣ୍ଡାରରୁ ବନ୍ୟାଜଳ ଛଡ଼ାଯିବା ନେଇ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।
1
f600b249-5c54-442c-a949-d6bc81000fab