ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ରେ ହାତୀ ଉପଦ୍ରବ। ଶନିବାର ସକାଳେ ନୂଆହତା ପଞ୍ଚାୟତ ନାଳ ପାଖ ଟାୱାର ନିକଟ ପଡ଼ିଆରେ ୪୦ଟି ହାତୀ ଗୋଠ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଦଳରେ ଥିବା ଏକ ଦନ୍ତାହାତୀ ହିଂସ୍ର ହୋଇ ଲୋକଙ୍କୁ ଗୋଡ଼ାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ନୂଆହତା ଗ୍ରାମର ପଦ୍ମ ଖିଲାରଙ୍କୁ ହାତୀ ଶୁଣ୍ଢରେ ଟାଣିନେଇ ଫୋପାଡ଼ି ଦେଇଥିବା ବେଳେ ସୌଭାଗ୍ୟ ବଶତଃ ସେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି। ବନ ବିଭାଗ କର୍ମକର୍ତାଙ୍କ ସମେତ ବଅଁରପାଳ ଥାନା ଅଧିକାରୀ ନରେଶ କୁମାର ସାହୁ ହାତୀପଲ ଗତିବିଧ ଉପରେ ନଜର ରଖୁଛନ୍ତି । ରାତି ପ୍ରାୟ ୮ଟା ବେଳେ ଏହି ହାତୀପଲରୁ ବାହାରି ୯ ଟିକିଆ ଏକ ଦଳ ବାଇପାସ୍ ଛକ ନିକଟରେ ଉପଦ୍ରବ ଚଳାଇଥିବା ବେଳେ ବାଲିସାହି, ବୈଦ୍ୟସାହି, ମାଳିସାହି, ଗଡ଼ସାହି ଏବଂ ନୂଆହତା ପାଟଣାସାହିରେ ତାଟିକବାଟ ପଡ଼ିଯାଇଛି। ବନ ବିଭାଗ ଏଥିପ୍ରତି ତ୍ବରିତ୍ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଜନବସତି ନିକଟରେ ୪୦ହାତୀ
- Post published:December 5, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
