ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଗାଡ଼ି ଚାଳକ ଫେରାର

You are currently viewing ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଗାଡ଼ି ଚାଳକ ଫେରାର

ଅନୁଗୁଳ:  ସଦର ଥାନା ଅନ୍ତର୍ଗତ ଛେଳିଆପଡା ୫୫ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଥିବା ଏକ ଢାବା ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇଙ୍କରବନ୍ଦ ବେହେରା ସାହିର ଶମ୍ବୁନାଥ ପ୍ରକାଶ ବେହେରା (୫୦)।

ସୂଚନା ଅନୁଯାୟୀ, କୌଣସି କାମରେ ଯାଇଥିବା ପ୍ରକାଶଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ  କରିଥିବା ଜଣାପଡ଼ିଛି।

Share

Leave a Reply