ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍ ଜୁଡିସିଆଲ୍ ମେମ୍ବର ସତ୍ୟପ୍ରିୟ ମିଶ୍ରଙ୍କ ପରଲୋକ

You are currently viewing ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍ ଜୁଡିସିଆଲ୍ ମେମ୍ବର ସତ୍ୟପ୍ରିୟ ମିଶ୍ରଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ର ଜୁଡିସିଆଲ୍ ମେମ୍ବର ସତ୍ୟପ୍ରିୟ ମିଶ୍ରଙ୍କର ୫୮ ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି। ସ୍ୱର୍ଗତ ମିଶ୍ର ତାଳଚେର ଟାଉନ ବ୍ରାହ୍ମଣଶାସନର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ଦିବାକର ମିଶ୍ରଙ୍କ ପୁତ୍ର ଥିଲେ। ତାଳଚେରର ପ୍ରଥମ ଓଜେଏସ୍ (OJS) ଅଧିକାରୀ ଭାବେ ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଜଜ୍ ରୂପେ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। ବର୍ତ୍ତମାନ ସେ କଟକରେ ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ର ସଦସ୍ୟ ଭାବେ ଅବସ୍ଥାପିତ ଥିଲେ।

ସୂଚନା ଅନୁଯାୟୀ, କିଛିଦିନ ଧରି ଅସୁସ୍ଥ ଥିବା ମିଶ୍ରଙ୍କୁ ଗତକାଲି ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମରଶରୀର ତାଳଚେର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ଶାନ୍ତିଧାମ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଶ୍ରୀ ମିଶ୍ରଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ସମାଗମ ହୋଇଥିଲା।

Share

Leave a Reply