କାର୍‌ରୁ ଭ୍ୟାନିଟି ନେଇଗଲେ ଦୁର୍ବୃତ୍ତ

You are currently viewing କାର୍‌ରୁ ଭ୍ୟାନିଟି ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ମହୀଧରପୁର ଛକ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏକ କାରରୁ ଦୁର୍ବୃତ୍ତ ଏକ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଛନ୍ତି। ଏହି ଲୁଟ୍‌ର ଭିଡିଓ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ମୁତାବକ, ସମୟ ପୂର୍ବାହ୍ନ ସାଢ଼େ ୧୧ଟା। ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ କାର୍ ରଖି ଦମ୍ପତି ମାର୍କେଟିଂ କରିବାକୁ ଯାଇଥିଲେ । ମାତ୍ର ଯିବା ବେଳେ କାର୍‌ର କାଚ ଖୋଲା ଛାଡ଼ିଦେଇଥିଲ। ପୂର୍ବରୁ ସେମାନଙ୍କୁ ପିଛା କରୁଥିବା ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। କୌଶଳ କରି ଜଣେ ଯୁବକ କାର୍ ଭିତରୁ ଭ୍ୟାନିଟିକୁ ଝାମ୍ପି ଆଣି ବାଇକ୍‌ରେ ବସି ଚମ୍ପଟ ମାରିଥିଲେ। ଦମ୍ପତ୍ତି ସେଠାରେ ପହଞ୍ଚିବା ପରେ କାର୍‌ରେ ଭ୍ୟାନିଟି ନଥିବା ଦେଖିଥିଲେ। ଖୋଜାଖୋଜି ପାଖରେ ଥିବା ସିସିଟିଭି ଯାଞ୍ଚ୍ ପରେ ଦୁର୍ବୃତ୍ତ ଭ୍ୟାନିଟି ନେଇ ପଳାଇଥିବା ଜାଣିବାକୁ ପାଇଥିଲେ।

Share

Leave a Reply