ଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

You are currently viewing ଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଅନୁଗୁଳ: କଣିହାଁ ବ୍ଳକ୍ ତଥା ରେଙ୍ଗାଳି ଥାନା ଇଲାକାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଳୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଉନ୍ମତକାଣ୍ଡ ଘଟାଇଛି ଅଭିଯୁକ୍ତ ଭିଣେଇ। ଭିଣେଇର କାଠ ଫାଳିଆ ମାଡ଼ରେ ଶାଳୀ ଲହୁଲୁହାଣ ହେବା ସହ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗାଳା ଥାନା କରଲଗା ଗ୍ରାମର ଅଜିତ କୁମାର ବେହେରା ନାମକ ଜଣେ ଯୁବକ ରେଙ୍ଗାଳି ଥାନା ଇଲାକାରେ ବିବାହ କରିଛନ୍ତି। ଅଜିତର ଦୁଇ ଜଣ ଶାଳୀ ଅଛନ୍ତି, ତନ୍ମଧ୍ୟରୁ ଜଣେ ଭିନ୍ନକ୍ଷମ। ତେବେ ତାଙ୍କର କୌଣସି ଶାଳକ ନଥିବାରୁ ଶ୍ବଶୁର ଘରର ସମସ୍ତ ସମ୍ପତି ଉପରେ ଆଖି ପକାଇଛି ଅଜିତ୍। ତେଣୁ ସେ ସାନ ଶାଳୀ ଉପରେ ଆଖି ପକାଇଥିଲା। ବିଭିନ୍ନ ସ୍ଥାନରୁ ଶାଳୀର ବିବାହ ପାଇଁ ଆସୁଥିବା ପ୍ରସ୍ତାବ ସେ ଭାଙ୍ଗି ଦେଉଥିଲା।ମଙ୍ଗଗଳବାର ପୂର୍ବାହ୍ନରେ ଅଜିତ ଶ୍ବଶୁର ଘରକୁ ଆସିଥିବା ବେଳେ ସାନ ଶାଳୀ ଏକୁଟିଆ ଥିବା ଦେଖି ବଳାତ୍କାର ଉଦ୍ୟମ କରିଥିଲା। ଭିଣେଇର ଏଭଳି କାର୍ଯ୍ୟକୁ ଶାଳୀ ପ୍ରତିରୋଧ କରିବା ସହ ଚିତ୍କାର କରିଥିଲା। ପାଟି ଶୁଣି ଯୁବତୀଙ୍କ ଭିନ୍ନକ୍ଷମ ଭଉଣୀ ଚାଲି ଆସିବାରୁ ଅଜିତ୍ ପ୍ରତିକ୍ରିୟାଶୀଳ ହୋଇ ଏକ କାଠଫାଳିଆରେ ପିଟି ସାନଶାଳୀର ମୁଣ୍ଡ ଫଟାଇ ଦେଇଥିଲା ଏବଂ ସେ ପିନ୍ଧିଥିବା ସୁନା ଚେନ୍‌ ଛିଣ୍ଡାଇ ନେଇଯାଇଥିଲା। ପରିବାର ଲୋକ ଆହତ ଯୁବତୀଙ୍କୁ ରେଙ୍ଗାଳି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଥିଲେ । ଗତରାତିରେ ଏ ନେଇ ରେଙ୍ଗାଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଭିଣେଇ ଅଜିତ ଫେରାର୍ ହୋଇଯାଇଥିବା ବେଳେ ତାକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି।

Share

Leave a Reply