ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ ରୋଗୀ ଚିକିତ୍ସିତ ହୋଇଥାନ୍ତି । ପବିତ୍ରନଗର ଜୋନର ୧୦ଟି ଗ୍ରାମ ପଞ୍ଚାୟତ ସମେତ ନିକଟସ୍ଥ ରଜଡ଼ଙ୍ଗ, ଘାଗରାମୁଣ୍ଡା ଓ ମାଣିକମରା ଗ୍ରାମ ପଞ୍ଚାୟତର ୮୦ ହଜାର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ଏଠାରେ ଜଣେ ଆୟୁଷ ଡାକ୍ତର ଯୋଗାଇ ଦିଆଯାଇଥିବା ବେଳେ ଡିଏମ୍ଏଫରୁ ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତ କରାଯାଇଛି । ତେବେ ନିୟମିତ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରଶାସନିକ ଅବ୍ୟବସ୍ଥା ସାଙ୍ଗକୁ ରୋଗୀଦେଖା ପ୍ରଭାବିତ ହୋଇଛି। ଭୌଗୋଳିକ ଅବସ୍ଥିତି, ଯାତାୟାତ ସୁବିଧା ଏବଂ ଜନସଂଖ୍ୟା ଦୃଷ୍ଟିରୁ ତୁରନ୍ତ ଡାକ୍ତର ନିଯୁକ୍ତି ସାଙ୍ଗକୁ ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା
- Post published:February 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
