ତାଳଚେରରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ: ୪୦ରୁ ଅଧିକ ସମାଜସେବୀ ସମ୍ବର୍ଦ୍ଧିତ

You are currently viewing ତାଳଚେରରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ: ୪୦ରୁ ଅଧିକ ସମାଜସେବୀ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ରେଡକ୍ରସ୍ ସୋସାଇଟି ପକ୍ଷରୁ ହାଟତୋଟାସ୍ଥିତ ପଞ୍ଚାୟତ ସମିତି ସଭାଗୃହରେ ବିଶ୍ୱ ରେଡକ୍ରସ୍ ଦିବସ ମହାସମାରୋହରେ ପାଳିତ ହୋଇଛି। ଉପଜିଲ୍ଲାପାଳ ତଥା ସୋସାଇଟିର ସଭାପତି ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବଳରାମ ପତି ସଂଯୋଜନା କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଏବିଡିଓ ସୁଜାତା ତ୍ରିପାଠୀ ଓ ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ଗଙ୍ଗାଧର ବେହେରା ଯୋଗଦେଇଥିଲେ। ଆଲୋଚନା ପ୍ରସଙ୍ଗରେ ତାଳଚେରରେ ଏକ ଯୁବ ରେଡକ୍ରସ୍ ଶାଖା ଖୋଲିବା ସହ ସଭ୍ୟ ସଂଖ୍ୟା ବୃଦ୍ଧି ଓ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।

Share

Leave a Reply