ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍ସିଏଲ୍ କର୍ମଚାରୀଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର କାର୍ଯ୍ୟ କରୁଥିବା ସୁନିଲ୍ ପ୍ରଧାନ ନାମକ ଜଣେ କର୍ମଚାରୀଙ୍କ ବନ୍ଧୁ ଅନ୍ୟ ଏକ କୋଇଲା କ୍ଷେତ୍ରରେ କାର୍ଯ୍ୟ କରନ୍ତି। ତାଙ୍କ ଘରକୁ ଯିବା ଆସିବା ଭିତରେ ବନ୍ଧୁପତ୍ନୀଙ୍କ ସହ ମିଳାମିଶା ବଢ଼ିଥିଲା। ତାଙ୍କୁ ବ୍ଲାକ୍ମେଲି˚ କରି ବଳାତ୍କାର କରିଥିଲେ ବୋଲି ମହିଳା ଜଣକ ଗତ ୮ ତାରିଖରେ ତାଳଚେର କଲିୟରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଏ ସ˚କ୍ରାନ୍ତରେ ଏକ କେସ୍ ରୁଜୁ କରିବା ସହ ଅଭିଯୁକ୍ତ କର୍ମଚାରୀ ସୁନିଲ୍ଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଏହି ଘଟଣା କୋଇଲା ଖଣି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ
- Post published:January 13, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
