ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲଠାରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ମଧୁମେହ ବା ଡାଇବେଟିସ ହେଲେ ଅଧିକ ଭୋକ, ଶୋଷ, ଦୁର୍ବଳତା, ହାତପାଦ ଜଳାପୋଡ଼ା ହୋଇଥାଏ।ତିରିଶ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିୟମିତ ରକ୍ତପରୀକ୍ଷା କରାଇ ମଧୁମେହ ଥିଲେ ଔଷଧ ସେବନ ସାଙ୍ଗକୁ ସନ୍ତୁଳିତ ଆହାର ଏବଂ ବ୍ୟାୟାମ କରିବାକୁ ସିଡିଏମଓ ଡ଼ା. ପ୍ରଧାନ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ମେଡିସିନ ସ୍ପେଶାଲିଷ୍ଟ ଡ଼ା ଆର କେ ଏସ ମହାପାତ୍ର ମଦ୍ୟପାନ, ମୋଟାପଣ, ଅଧିକ ଫାଷ୍ଟ ଫୁଡ଼ ଖାଇବା ଦ୍ୱାରା ମଧୁମେହ ହେବାର ଅଧିକ ସମ୍ଭାବନା ଥାଏ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଡିଏସପି ମୁଖ୍ୟ ଡ଼ା ବିନୋଦ ସାହୁ,ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡ଼ା ବିଶ୍ୱ ପ୍ରକାଶ ମହାନ୍ତି, ଡ଼ା ପୂର୍ଣ୍ଣିମା ଉଦଗାତା ପ୍ରମୁଖ ଯୋଗ ଦେଇ ଦୈନନ୍ଦିନ ଖାଦ୍ୟରେ ଚିନି ଓ ତେଲର ମାତ୍ରା କମ ରଖିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଇନସୁଲୀନର ଉଦ୍ଭାବକ ବୈଜ୍ଞାନିକ ଫ୍ରେଡରିକଙ୍କ ଜୟନ୍ତୀ ନଭେମ୍ବର ୧୪କୁ ପ୍ରତି ବର୍ଷ ବିଶ୍ୱ ମଧୁମେହ ଦିବସ ଭାବରେ ପାଳନ କରାଯାଏ ।
ଅନୁଗୁଳରେ ବିଶ୍ୱ ମଧୁମେହ ଦିବସ
- Post published:November 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
